ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ

ସମ୍ବଲପୁର : ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ମାଡ । ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ମାଡ ମାରିଛନ୍ତି । ନଟବର ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ଯାଇଥିଲେ ।

ସେହି ସମୟରେ ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ସେଠାରେ ଥିବା ରେଡିଓଗ୍ରାଫର ଡକ୍ଟର ଚିଦାନନ୍ଦ ମିଶ୍ରଙ୍କୁ ଚପଲ ଉଠାଇ ମାଡ଼ ମାରିବା ସହ ଅନ୍ୟ ମହିଳା କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସିସିଟିଭିରେ ରେକର୍ଡ ହୋଇଛି । ସେପଟରେ ଏହି ଘଟଣାକୁ ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *