ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ଏଏସ୍‌ଆଇର ବୈଷୟିକ ଟିମ୍‌

ପୁରୀ : ଶ୍ରୀମନ୍ଦିର ଏଏସ୍‌ଆଇ ଟିମ୍‌ । ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ଏଏସ୍‌ଆଇର ବୈଷୟିକ ଟିମ୍‌ । ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ଏଏସଆଇ ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ।

ତେବେ ଗର୍ଭଗୃହ ଭିତରେ ଥିବା ଅବସ୍ଥା ତଥା କଳାହାଟ ଦ୍ୱାରରେ ରୁପା ଛାଉଣୀ ଲଗାଯିବା ସମ୍ପର୍କରେ ଅନୁଧ୍ୟାନ କରିବ ଟିମ । ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ । କେମିକାଲ ଇଂଜିନିୟର ରଞ୍ଜନା ପୁସ୍କରଙ୍କ ସମେତ ରାଜ୍ୟ ପୂର୍ତ୍ତ ବିଭାଗର ଅଧିକାରୀ ସାମିଲ ।

Leave a Reply

Your email address will not be published. Required fields are marked *