ଜଳେଶ୍ୱର : ପବିତ୍ର ରଥ ଯାତ୍ରାରେ ୮ ଦଫା ଦାବି ନେଇ ଜଳେଶ୍ୱରରୁ ନବୀନ ନିବାସ ପର୍ଯ୍ୟନ୍ତ ଆଦିବାସୀ ଯୁବକ କଲେ ପଦଯାତ୍ରା । ସୂଚନା ଅନୁଯାୟୀ ଚକ୍ଷୁ ଆମ ଶରୀରର ମୁଖ୍ୟ ଅଙ୍ଗ । ଚକ୍ଷୁର ଯତ୍ନ ଅଭାବରୁ ଅନେକ ସମୟରେ ଏହା ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି । ଏଣୁ ଚକ୍ଷୁଯତ୍ନ କିପରି ନିଆଯିବ ସେ ବିଷୟରେ ବିଦ୍ୟାଳୟମାନଙ୍କରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ଦେବା କଥା ।
ଜୁଲାଇ ୧ କୁ ଚକ୍ଷୁ ଦିବସ ରୂପେ ଘୋଷଣା କରିବା । ମଧ୍ୟାହ୍ନ ଭୋଜନରେ ଶାଗ ତରକାରୀକୁ ସ୍ଥାନ ଦେବା । ଓଡ଼ିଆ ଭାଷାକୁ ବିକୃତ କରି ଲେଖିବା ବନ୍ଦ କରିବା । ଆଲଚିକ ଭାଷା ମାନ୍ୟତା ପାଇଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ସମସ୍ତ ସ୍କୁଲ କଲେଜରେ ଆଲଚିକ ଭାଷାର ଶିକ୍ଷକ ନିଯୁକ୍ତି ଦେବା ।
ଓଡିଶାକୁ ମଦ ମୁକ୍ତ କରିବା ଆଦି ୮ ଦଫା ଦାବିନେଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣ ନାଥ ପଂଚାୟତ ରୁ ନବୀନ ନିବାସ ପର୍ଯ୍ୟନ୍ତ ଆଦିବାସୀ ସମ୍ପ୍ରଦାୟର ଯୁବକ ପୂର୍ଣ୍ଣଚନ୍ଦ୍ର ସିଂ ପଦଯାତ୍ରା କରିଥିବାର ଦେଖିବାକୁ ମିଳିଛି ।
