ଇଣ୍ଡିଗୋରେ ଚାଲାଣ ହେଉଥିଲା ଗଞ୍ଜେଇ : ୫୧ କେଜି ସବୁଜ ଜହର ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳରେ ଥମୁନି ଗଞ୍ଜେଇ କାରବାର । ପ୍ରାୟ କିଛି ଦିନର ବ୍ୟବଧାନରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରୁଛି ପୋଲସି । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସଦର ପୋଲିସକୁ ମିଳିଛି ପୁଣି ସଫଳତା । ସଦର ପୋଲିସ ଗୌଡପଡା ଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି ।

ଏଥିରେ ସ୍ଥାନୀୟ ପେଂଜି ସାହିର ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେଵେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ସଦର ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ସୂଚନା ପାଇ ସଦର ପୋଲିସ ଟିମ ଚଢ଼ାଉ କରି ଜବତ କରିଥିଲା ।

Leave a Reply

Your email address will not be published. Required fields are marked *