ସାପ କାମୁଡ଼ାରେ ଯୁବକର ମୃତ୍ୟୁ

ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରସୁଲପୁର ଗ୍ରାମରେ ଅଘଟଣ । ରାତିରେ ସପରିବାର ଶୋଇଥିବା ଅବସ୍ଥାରେ ସର୍ପଘାତରେ ଯୁବକର ମୃତ୍ୟୁ । ମୃତକ ହେଲେ ଗୌତମ ଦାସ (୩୫) । ସୂଚନା ଅନୁସାରେ ଗୈାତମ ଜଣେ ଗରିବ ପରିବାରର ଯୁବକ ହୋଇଥିବା ବେଳେ, ରାତିରେ ଖାଇ ସାରି ସ୍ତ୍ରୀ ଓ ତିନି ବର୍ଷର ଝିଅ ସହିତ ଶୋଇବାକୁ ଯାଇଥିଲେ । ହେଲେ ଶୋଇବାର କିଛି ସମୟ ପରେ ବିଛଣାରୁ ଉଠି ମୁଣ୍ଡ ବୁଲାଉଥିବା କହିଥିଲେ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *