ଆଜିର ରାଶିଫଳ

ମେଷ : ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ । ଗୃହିଣୀଙ୍କର ସମୟ ଘର ସଫାସୁତୁରାରେ ବିତିବ । ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି ।

ବୃଷ : କୌଣସି କାମ କରିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ । ଆପଣଙ୍କ କଳାତ୍ମକ କ୍ଷମତା ବଢିବ । ସରକାରୀ ଚାକିରିଆଙ୍କର କାମ ବୋଝ ଅଧିକ ରହିବ ।

ମିଥୁନ : ଘରୋଇ କମ୍ପାନୀରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ।

କର୍କଟ : ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଆଖପାଖର ଗତିବିଧି ଉପରେ ନଜର ରଖନ୍ତୁ । ଘରର ପରିବେଶ ଭଲ ରହିବ ।

ସିଂହ : ପରିଶ୍ରମ ଅନୁଯାୟୀ ଆପଣଙ୍କୁ ଫଳ କମ୍ ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ । ପାରିବାରିକ ଜୀବନ ସୁଖକର ହେବ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ।

କନ୍ୟା : ଆପଣଙ୍କ ଉପରେ ଘରର ମୁରବିଙ୍କର ଆଶୀର୍ବାଦ ରହିବ । ପୂର୍ବ ସମସ୍ୟାର ସମାଧାନ ହେବ । ଅନଲାଇନ୍ ବ୍ୟବସାୟ କରିବାକୁ ଭାବିବେ ।

ତୁଳା : ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ । ରାଜନେତାଙ୍କ ପାଇଁ ଦିନଟି ଭଲ । ସାମାଜିକ ପରିସର ବୃଦ୍ଧି ପାଇବ ।

ବିଛା : ନିଜ କଥା ଓ ଭାଷାରେ ସଂଯମ ରଖନ୍ତୁ । ବିବାଦଠୁଁ ଦୂରରେ ରୁହନ୍ତୁ । ଜୀବନସାଥୀଙ୍କୁ ମନର କଥା କହିବେ । ବ୍ୟବସାୟରେ ସନ୍ତୋଷଜନକ ଫଳ ପାଇବେ ।

ଧନୁ : ପରିବରରେ ଆନନ୍ଦ ଉଲ୍ଲାସ ଦେଖାଦେବ । ତରବରିଆ ଭାବେ କାମ କରନ୍ତୁ ନାହିଁ । ଅନଲାଇନ୍ ବ୍ୟବସାୟୀଙ୍କୁ ବଡ ସୁଯୋଗ ମିଳିବ ।

ମକର : ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ । ବେପାର ବଢାଇବା ଲାଗି ମନପ୍ରାଣ ଢାଳି କାମ କରିବେ । ଅବିବାହିତ ଲୋକଙ୍କର ବିବାହ ନେଇ ଆଲୋଚନା ହେବ ।

କୁମ୍ଭ : ଚାକିରିଆଙ୍କର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଯିବ । ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢିବ । ବିଦ୍ୟାର୍ଥୀଙ୍କ ମନ ଲେଖାପଢାରେ କମ୍ ଲାଗିବ ।

ମୀନ : ବିବେକ ପ୍ରୟୋଗ କରି ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ୍ଣ କରିନେବେ । ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ । ପ୍ରେମୀଯୁଗଳ ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *