୧୦ ଚୋରା ବାଇକ୍ ଜବତ, ୨ ଲୁଟେରା ଗିରଫ

ଭଦ୍ରକ : ଭଦ୍ରକରେ ବାଇକ ଲୁଟ୍‌ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆଜି ଗ୍ରାମଞ୍ଚକ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦ଟି ଚୋରି ବାଇକ ଜବତ କରିବା ସହିତ ୨ ଲୁଟେରାଙ୍କୁ ଗିରଫ କରାଯାଇଛି ।

ଗତ  ଜୁନ ୨୨ ତାରିଖ ଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନା ସାମରାଇପୁର କଲ୍ୟାଣନଗର ଅଞ୍ଚଳର ଅଜୟ ମଲ୍ଲିକଙ୍କ ବାଇକ ଚୋରି ନେଇ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତ୍ତିକରି ଗ୍ରାମାଞ୍ଚଳ ପୁଲିସ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଭଦ୍ରକ ରେଲୱେ କଲୋନିରେ ରହିଥିବା ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା କୁରୁଡ଼ିଆ ଗ୍ରାମର ରଞ୍ଜନ ପାତ୍ର(୨୬) ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର  ଅଞ୍ଚଳର ବିଜୟ ଜେନାଙ୍କୁ ଗିରଫ କରିଥିଲେ । ସେମାନଙ୍କ ତଥ୍ୟକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ ୧୦ଟି ଚୋରି ମୋଟରସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ପୁଲିସ କହିଛି ।

Leave a Reply

Your email address will not be published. Required fields are marked *