ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ, ପରେ ବିଷପାନ କରି କଲା ଆତ୍ମହତ୍ୟା ଉଦ୍ୟମ

ବଣାଇଁ : ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବାକିଂ ପଞ୍ଚାୟତର ବଡ ଭୁଲତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରେମିକ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକା ଶାନ୍ତି ଲାକ୍ରା ବୟସ (୨୦) କୁ ଗଳା କାଟି ହତ୍ୟା କରିବା ପରେ ନିଜେ ବିଷ ପାନ କରି ଆତ୍ମହତ୍ୟା ଉଦମ୍ୟ କରିଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନ ସମୟରେ ପରକ୍ରିୟା ପ୍ରୀତି ସନ୍ଦେହରେ ପ୍ରେମିକ ଶୁକ୍ରା ଏକ୍କା ସାଜିଲା ପ୍ରେମିକାର ହତ୍ୟାକାରୀ, ହତ୍ୟାକାଣ୍ଡ ଭିଆଇଲା ପରେ ପ୍ରେମିକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ପୋଲିସ ହେପାଜତରେ ଭର୍ତି ହୋଇଥିବା ଜଣାପଡିଛି । ତେବ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବଡ଼ଭୂଲତା ଗ୍ରାମର ହତ୍ୟାକାରୀ ପ୍ରେମିକ ଶୁକ୍ରା ଏକ୍କା (୨୫)ବୋଲି ଜଣାପଡିଥିବା ବେଳେ ଚାନ୍ଦିପୋଷ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଥାନା ଅଧିକାରୀ ତ୍ରିନାଥ ସେଠୀ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *