ରେଙ୍ଗାଲିକ୍ୟାମ୍ପ : ଓଭରହେଡ ପାଣି ଟାଙ୍କି ତଳେ ଥିବା ଲୋକ ପାଉନାହାନ୍ତି ପାଣି । ପାନୀୟ ଜଳ ଯୋଗାଇବା ପାଇଁ ଆରଡ଼ବ୍ଲୁଏସଏସ୍ ଜରିଆରେ ବାବେଵିରା ସ୍କୁଲ ପଡ଼ାରେ ବସୁଧା ଯୋଜନାରେ ଏକ ଲକ୍ଷ ଲିଟର କ୍ଷମତା ଶିଲ ଓଭର ହେଡ୍ ଟ୍ୟାଙ୍କ ତିଆରି ହୋଇ ପାଣି ମଧ୍ୟ ଟ୍ୟାଙ୍କକୁ ଚଢାଇ ଦିଆଯାଉଛି । ହେଲେ ନିଜର ମନ୍ ମାନି ଭାବେ ପାଣି ସପ୍ଲାଇ ଦିଆଯାଉଥିବା ବେଳେ ଦୀପ ତଳ ଅନ୍ଧାର ଭଳି ଯେଉଁଠାରୁ ପାଣି ବୋର୍ ଖୋଲା ଯାଇ ପାଖାପାଖି କୋଟି ଟଙ୍କାର ଓଭର ହେଡ୍ ଟ୍ୟାଙ୍କ ତିଆରି ହୋଇଛି, ସେଇ ନିକଟରେ ରହୁଥିବା ପଡ଼ାବାସୀଙ୍କୁ ପାଣି ଟୋପେ ପାଇଁ ଆଉଟୁ ପାଉଟୁ ହେବାକୁ ପଡୁଛି । ପଡାକୁ ଟ୍ୟାପଟିଏ ଦିଆଯାଇଥିବା ବେଳେ ଆବଶ୍ୟକ ଅନୁଯାୟୀ ପିଇବା ପାଣି ଟୋପେ ପାଇ ପାରୁ ନଥିବା ଲୋକେ କହନ୍ତି ।
ସେହିପରି ଓଭର ହେଡ୍ ଟ୍ୟାଙ୍କରେ ପାଣି ଭର୍ତ୍ତି ହୋଇଥିଲେ ହେଁ ଲାଇନ୍ ନଥିଲେ ଅବା ପ୍ରାୟ ଦିନମାନଙ୍କରେ ଓ ଲାଇନ୍ ଥିଲେ ମଧ୍ୟ ନିଜର ମନ୍ ମାନି ଭାବରେ କାର୍ଯ୍ୟ ଚଳାଉଥିବା ବେଳେ ଦିନ ଦିନ ଧରି ପାଣି ଟ୍ୟାପରେ ପାଣି ଆସୁନଥିବା ଲୋକେ କହନ୍ତି । ପ୍ରକଳ୍ପ ତିଆରି ସମୟରେ ସ୍କୁଲ ପାଚେରୀ କାନ୍ଥ ଭାଙ୍ଗି ଦିଆଯାଇଛି । ଯେଉଁଠି କି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢା ହେଉଥିବା ସ୍କୁଲର ପାଚେରୀକୁ ଭାଙ୍ଗି ଦିଆଯାଇଛି । ଯଦ୍ୱାରା କାନ୍ଥ ସ୍କୁଲ ପଟକୁ ଅଣେଇ ହେଇ ବିପଦକୁ ଆମନ୍ତ୍ରଣ କରୁଛି । କେତେବେଳେ ବି ଅଘଟଣ ନ ଙ୍ଘଟିବ କିଏ କହିବ । ଏନେଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଅନେକ ଥର ପଞ୍ଚାୟତସ୍ତର ତଥା ବିଡ଼ିଓଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି ବୋଲି ସେ କହିଥିଲେ । ହେଲେ କେହି ଶୁଣିବାକୁ ନାହାନ୍ତି । କୋମଳମତି ଶିଶୁମାନଙ୍କ ବିକାଶ କ୍ଷେତ୍ରରେ ସରକାର ବାହାଦୁର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିଲେ ହେଁ କିଭଳି ଭାବେ ପଞ୍ଚାୟତ ତଥା ବ୍ଲକ ଅଧିକାରୀମାନେ ତାଙ୍କର ଖାମ ଖିଆଲି କରି ଆସୁଛନ୍ତି ସେ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
