ସୋର : ଖୁଲମାଖୁଲା ଜିଲ୍ଲାର ବଡବଡିଆ ଅଧିକାରୀ ଓ ପୋଲିସ ସମ୍ମୁଖରେ ସୋର ବିଇଓଙ୍କୁ ନିଦ୍ଧୁର୍ମ ପିଟିଲେ ବିଜେପି ସମର୍ଥିତ ତେଣ୍ଟେଇ ସରପଞ୍ଚ ଲକ୍ଷ୍ମିଧର ମଳିକ(ଲିପୁ) ଓ ବିଜେପି ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ । ତେବେ ବିଇଓଙ୍କୁ ମାଡ ପଛରେ ମାଷ୍ଟର ମାଇଣ୍ଡ ଥିଲେ ଶିକ୍ଷକ ବିଜୟ ବିଶ୍ବାଳ । ବିଇଓଙ୍କ ଅଭିଯୋଗ ମୂଳେ ଶିକ୍ଷକ ବିଜୟ ଥିଲେ ମୁଖ୍ୟ ଆସାମି, ଆଉ ଷଡଜନ୍ତ୍ର ରଚି ବିଇଓଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଶୁଣିବାକୁ ମିଳେ ତେଣ୍ଟେଇ ସ୍କୁଲରେ ହୋଇଥିବା ୫ଟି କାର୍ଯ୍ୟ ବୁଝାବୁଝି କରି ମାଲେମାଲ ହୋଇଥିଲେ ବାବୁ ବିଜୟ । ଏମିତିକି ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଲିପୁଙ୍କୁ ଜିତାଇବାରେ ଥିଲା ତାଙ୍କର ମୁଖ୍ୟ ଭୂମିୁକା । ଯେଉଁଥିପାଇଁ ସରପଞ୍ଚ ଲିପୁ ବିଜୟଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ । ଆଉ ବିଜୟଙ୍କ ବଦଳି ପରେ ଋଣ ସୁଝିବାକୁ ଅଣ୍ଟାଭିଡିଥିଲେ ସରପଞ୍ଚ ଲିପୁ । ଯେନ ତେନ ପ୍ରକାରେଣ ବଦଳି ନିର୍ଦେଶ ସ୍ତଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଅଭିଭାବକଙ୍କୁ ବୁଝାଇ ସୁଝାଇ ଛାତ୍ରଛାତ୍ରୀଙ୍କୁ ଧାରଣାରେ ବସାଇ ବିଜୟଙ୍କ ବଦଳି ନିର୍ଦେଶ ବାତିଲ କରିବାକୁ ଯୋଜନା କରିଥିଲେ । ସେଥିରେ ବିଫଳ ହୋଇ ରକ୍ତ ଚାଉଳ ଚୁବାଇ ବିଜେପିର ହାରିଯାଇଥିବା ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକଙ୍କୁ ଭିଡାଇ ଗଣ୍ଡଗୋଳ କରାଇ ବିଇଓଙ୍କୁ ମାଡମାରି ଗୁରୁତ୍ତର କରାଇ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଏଇ ଘଟଣାରେ ଆହୁରି ବହୁତ ଲୋକଙ୍କ ସମ୍ପୃକ୍ତି ରହିଥିଲା ବେଳେ ରାକେଶ, ଲିପୁ ଓ ବିଜୟ ଏବେ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ । ତେବେ ଅଦ୍ୟାବଧି ସେଇ ମୁଖ୍ୟ ଆସାମିଙ୍କୁ ସୋର ପୋଲିସ ଧରିବାରେ ବିଫଳ ହୋଇଥିବା ବେଳେ ସେମାନେ ଗିରଫ ହେଉଛନ୍ତି ନା ଫେରାର ରହି ଜାମିନରେ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
