ମେଷ : ଜରୁରୀ କାମ ଶେଷ କରିବାରେ ସଫଳ ହେବେ । ଜୀବନରେ ଲାଗି ରହିଥିବା ଚିନ୍ତା ଦୂର ହେବ । କୌଣସି ସହପାଠୀ ଆପଣଙ୍କ ଠାରୁ ସାହାର୍ଯ୍ୟ ଆଶା କରିବେ ।
ବୃଷ : କାରବାରରେ ଆପଣଙ୍କୁ ବହୁତ ଲାଭ ହେବ । ପୂର୍ବର ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ବଢିବ । ଜୀବନସାଥୀଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ ।
ମିଥୁନ : ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ । ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ ।
କର୍କଟ : ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ । ଲାଭର ଅବସର ପାଇବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ଅଚାନକ ସାକ୍ଷାତ ହେବ । ପାରିବାରିକ ଜୀବନକୁ ଖୁସି ଆସିବ ।
ସିଂହ : ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ । ଉପସ୍ଥିତ ଅଧିକାରୀଙ୍କ ସହେଯାଗ ଆପଣଙ୍କ ଉତ୍ସାହ ବଢାଇବ । ରାଜନେତାଙ୍କର ମାନ ସମ୍ମାନ ବଢିବ ।
କନ୍ୟା : ଆପଣଙ୍କ ମନରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ୱାର ଖୋଲିଦେବ । ଅଫିସରେ ବାକି କାମ ସଂପୂର୍ଣ୍ଣ ହୋଇଯିବ । ପ୍ରେମ ପ୍ରସଂଗ ପ୍ରତି ଆକର୍ଷଣ ବଢିବ ।
ତୁଳା : ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ । ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟ ଭାବେ କହିବେ । ଜୀବନସାଥୀ ଆପଣଙ୍କୁ ପ୍ରଶଂସା କରିବେ ।
ବିଛା : ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟୀଙ୍କୁ ବିଶେଷ ସଫଳତା ମିଳିବ । ସପରିବାର ଧର୍ମ ସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି ।
ଧନୁ : ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ । ଆୟ ଲାଗି ନୂଆ ଉତ୍ସ ସମମ୍ମୁଖକୁ ଆସିବ । ବ୍ୟବସାୟ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ।
ମକର : କ୍ୟାରିୟରରେ ଆଗକୁ ବଢିବା ଲାଗି ନୂଆ ଅବସର ମିଳିବ । କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ । ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି ।
କୁମ୍ଭ : ଅଧୁରା କାମ ସଂପୂର୍ଣ୍ଣ କରିବାରେ ଆପଣଙ୍କ ଧ୍ୟାନ ଲାଗି ରହିବ । ଖେଳାଳିଙ୍କ ଲାଗି ଦିନଟି ଭଲ । ଆଖପାଖର ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ ।
ମୀନ : ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ । ଅଫିସରେ କୌଣସି ମହତ୍ତ୍ବପୂର୍ଣ୍ଣ କାମ ମିଳିବ । ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।
