ମେଷ : ଅଭିଜ୍ଞ ଲୋକଙ୍କ ମନ୍ତବ୍ୟ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ । ପରିଶ୍ରମ ବଳରେ ସୁଖ୍ୟାତି ଅର୍ଜନ କରିବେ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ହସଖୁସିରେ ସମୟ ବିତିବ ।
ବୃଷ : ମସ୍ତିଷ୍କରେ କ୍ୟାରିୟରକୁ ନେଇ ଅସ୍ଥିରତା ଲାଗି ରହିବ । ବେପାରରେ ଲାଭ ହେବ । ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ । ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ ।
ମିଥୁନ : ଆପଣ ନିଜ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ । ଜୀବନସାଥୀଙ୍କ ସହଯୋଗ ମିଳିବ । ଯୋଗୁଁ ମନ ପ୍ରଫୁଲ୍ଲ ରହିବ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ ।
କର୍କଟ : ଚେଷ୍ଟା କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । କର୍ତ୍ତୃପକ୍ଷଙ୍କ କଥା ଭଲଭାବେ ଶୁଣି ନିଜର ମତାମତ ଦିଅନ୍ତୁ ।
ସିଂହ : ଆପଣ ନିଜ କଥାରେ ଲୋକଙ୍କୁ ପ୍ରଭାବିତ କରିବେ । ଉପାୟ ବଦଳାଇଲେ କାମ ସହଜରେ ସଂପୂର୍ଣ୍ଣ ହେବ । ଏମ୍ବିଏ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।
କନ୍ୟା : ପାରିବାରିକ ସୌହାର୍ଦ୍ଦ୍ୟ ବଢ଼ିବ । ବ୍ୟବସାୟ ବିଷୟରେ ଭଲ କଥା କହିବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ମାନ ସମ୍ମାନରେ ବୃଦ୍ଧି ହେବ । ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ।
ତୁଳା : କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ବ୍ୟବସାୟରେ ଉତ୍ଥାନ-ପତନ ଲାଗିରହିବ । ଜୀବନସାଥୀଙ୍କ ଠାରୁ ଶୁଭ ଖବର ପାଇବେ । ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ ।
ବିଛା : ଆପଣ ନିଜ କଥା ଘର ଲୋକଙ୍କୁ ବୁଝାଇବାରେ ସଫଳ ହେବେ । ଉନ୍ନତି ପାଇଁ ନୂଆ ପଥ ଦୃଷ୍ଟିଗୋଚର ହେବ । ବ୍ୟବସାୟୀଙ୍କ ଧନଲାଭ ହେବାର ଯୋଗ ରହିଛି ।
ଧନୁ : ବେପାରକୁ ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ । ସରକାରୀ କର୍ମଚାରୀଙ୍କ ଲାଗି ଦିନଟି ଭଲ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ ।
ମକର : ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ । କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବ । ଯୋଗୁଁ ମନ ପ୍ରସନ୍ନ ରହିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ ।
କୁମ୍ଭ : ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ । ବେପାରରେ ଲାଭର ଅବସର ପାଇବେ । ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ । ଜୀବନସାଥୀଙ୍କ ବ୍ୟବହାରରେ ଖୁସି ରହିବେ ।
ମୀନ : ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ ।
