ବିଲେଇ ଧରାଇଲା ଚୋର !

ଭଣ୍ଡାରିପୋଖରୀ-୧ : ଚୋରକୁ ବିଲେଇ ଧରାପକାଇଛି ! କଥାଟା ଆଶ୍ଚର୍ଯ୍ୟ ଲାଗିପାରେ । ହେଲେ ଏହା କୁଆଡ଼େ ସତ । ଭଦ୍ରକ ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଲିକଣା ଗାଁ’ର ଧୀରେନ୍ଦ୍ର ସାମଲ ତାଙ୍କ ପୋଖରୀରେ ମାଛ ଚାଷ କରିଛନ୍ତି ।

ଗତ ଶନିବାର ଦିନ ରାତି ପ୍ରାୟ ୧୧ଟା ୪୦ ମିନିଟ୍ ସମୟରେ କେହି ବ୍ୟକ୍ତି ପୋଖରୀରେ ଜାଲ ପକାଇ ମାଛ ଚୋରି କରୁଥିଲେ । ସେ ଧରିଥିବା ମାଛ ପୋଖରୀ ଆଡ଼ିରେ ରଖିଥିଲେ । ଏହି ସମୟରେ ଏକ ବିଲେଇ ମାଛକୁ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲା । ଫଳରେ ବ୍ୟକ୍ତି ଜଣକ ବିଲେଇକୁ ଘଉଡ଼ାଇବାକୁ ଦୌଡ଼ିଥିଲେ ଓ ଲାଗିଥିବା ସିସିଟିଭି କ୍ୟାମେରା ଆଗକୁ ଚାଲିଆସିଥିଲେ । ବ୍ୟକ୍ତି ଜଣକ ମାଛ ସହ ସେଠାରେ ଲାଗିଥିବା ଗଛରୁ କଦଳୀ ଓ ଅମୃତଭଣ୍ଡା ନେଇଯାଇଥିଲେ । ସିସିଟିଭି ଭିଡିଓ ଆଧାରରେ ପୋଖରୀ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ପୁଲିସ ଜଣେ ଯୁବକଙ୍କୁ ଥାନା ଆଣି ପଚରାଉଚରା କରିଥିଲା । ତେ‌ବେ ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା କେହି ଗିରଫ ହୋଇ ନଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *