ପାଟଣା : ଘଟଗାଁ ବ୍ଲକ୍ ଅନ୍ତର୍ଗତ ତୋରାଣିପୋଖରୀ ଗ୍ରାମରେ ଥିବା ହୋମିଓପାଥି ଡାକ୍ତରଖାନାରେ ଦୀର୍ଘ ୪ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେଲା ଡାକ୍ତର ନଥିବା ଜଣାପଡ଼ିଛି । ଡାକ୍ତରଖାନାରେ ଔଷଧ ମଧ୍ୟ ନାହିଁ । ଏଠାରେ ତାଲା ଝୁଲୁଛି । ଏ ନେଇ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ପ୍ରଶ୍ନ ଉଠାଇଛନ୍ତି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ସତ୍ତ୍ବେ କର୍ତ୍ତୃପକ୍ଷ ଏଠାରେ ଡାକ୍ତର ନିଯୁକ୍ତ କରୁନାହାନ୍ତି । ସେହିପରି ପାଟଣା ବ୍ଲକ ଟାଙ୍ଗରପଡ଼ା ହୋମିଓପାଥି ଡାକ୍ତରଖାନା ପାଇଁ ଓମବାଡସିରୁ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ବେ ଏଠାରେ ମଧ୍ୟ ୪ ବର୍ଷ ହେଲା ହୋମିଓପାଥି ଡାକ୍ତର ନଥିବା ଜଣାପଡିଛି ।
