ଆଜିର ରାଶିଫଳ

ମେଷ : ଦିନଟି ଆପଣଙ୍କ ଲାଗି ଉତ୍ତମ । ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ପ୍ରତିଯୋଗିତାମୂଳକ ପରୀକ୍ଷା ନେଇ ଶୁଭ ଖବର ପାଇବେ ।

ବୃଷ : ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ । ମାତାପିତା ଆପଣଙ୍କୁ କୌଣସି ଉପହାର ଦେବେ ।

ମିଥୁନ : ବିଶେଷ କାମ କରିବା ଲାଗି ଦିନଟି ଭଲ । ଅଫିସରେ କିଛି ଲୋକଙ୍କର ସାହାଯ୍ୟ ପାଇବେ । କାମରେ ଅଧିକ ସମୟ ଲାଗିପାରେ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ ।

କର୍କଟ : ପୂର୍ବ କଥାକୁ ନେଇ ଦ୍ବନ୍ଦ୍ବରେ ରହିବେ । କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଅର୍ଥ ସମ୍ବନ୍ଧରେ ବଡ଼ ନିଷ୍ପତ୍ତ ଭାବିଚିନ୍ତି ନିଅନ୍ତୁ ।

ସିଂହ : ବୁଲାବୁଲିରେ ସମୟ ବିତିବ । ବ୍ୟବସାୟୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ । ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ । କମ୍ପାନି ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ ।

କନ୍ୟା : କାହାରି ଠାରୁ ଆଶାଠୁଁ ଅଧିକ ଲାଭ ମିଳିବ । ଚାକିରି ଖୋଜୁଥିବା ବ୍ୟକ୍ତି ବଡ଼ ଉଦ୍ୟୋଗରେ ସୁଯୋଗ ପାଇବେ । ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ ।

ତୁଳା : ବକେୟା ଅର୍ଥ ପାଇବେ । ଅଜଣା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ । ଅଫିସରେ କାମର ବୋଝ ଅଧିକ ହେବ । ସୁସମ୍ବାଦ ପାଇବେ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ।

ବିଛା : ବନ୍ଧୁଙ୍କ ପରାମର୍ଶ ଆପଣଙ୍କର ବହୁତ କାମରେ ଆସିବ । ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ସମାରୋହରେ ସାମିଲ ହେବାର ସୁଯୋଗ ପାଇବେ ।

ଧନୁ : ବ୍ୟକ୍ତିତ୍ଵକୁ ବିକଶିତ କରିବା ଲାଗି ଦିନଟି ଭଲ । ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ ।

ମକର : ଦିନଟି ପୂର୍ବ ଅପେକ୍ଷା ଭଲ ରହିବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ । ଆପଣଙ୍କ ବ୍ୟବହାରରେ ପ୍ରତ୍ୟେକ ବ୍ୟକ୍ତି ପ୍ରଭାବିତ ହେବେ ।

କୁମ୍ଭ : ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ । ଉଜ୍ଜ୍ବଳ ଭବିଷ୍ୟତ ଲାଗି ନୂଆ ପଦକ୍ଷେପ ନେବେ । ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ ।

ମୀନ : ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ । ପରିଶ୍ରମ ବଳରେ କାର୍ଯ୍ୟରେ ସଫଳତା ପାଇବେ । ବିବାଦଠୁଁ ଦୂରରେ ରୁହନ୍ତୁ । ପାରିବାରିକ କାର୍ଯ୍ୟ ପାଇଁ ଆପଣ ଅଧିକ ଯାଆସ କରିବେ ।

Leave a Reply

Your email address will not be published. Required fields are marked *