ଆଜିର ରାଶିଫଳ

ମେଷ : ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ । କାର୍ଯ୍ୟ ଯେତ୍ରେରେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ ।

ବୃଷ : ଭବିଷ୍ୟତରେ ଲାଭ ଦେବା ଭଳି ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବ । ସାମାଜିକ ପରିସର ବୃଦ୍ଧି ହେବ । ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ । ଜମି କିଣି ପାରନ୍ତି ।

ମିଥୁନ : ଠିକ୍ ଦିଗରେ ପରିଶ୍ରମ କଲେ ସଫଳତା ପାଇବେ । ପ୍ରସାଧନ ଦୋକାନୀଙ୍କର ଆର୍ଥିକ ସ୍ଥିତି ସୁଧୁରିବ । ପାରିବାରିକ ଜୀବନ ସୁଖକର ହେବ ।

କର୍କଟ : ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ଭଲ ହେବ । ବାଲ୍ୟବନ୍ଧୁଙ୍କ ସହିତ ଦେଖା ହେବ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।

ସିଂହ : ମନରେ ସକରାତ୍ମକ ବିଚାର ଆସିବ । ପାଖ ଲୋକ ଆପଣଙ୍କ ଖୁସିକୁ ଦ୍ୱିଗୁଣ କରିବେ । ବ୍ୟବସାୟରେ ନୂଆ ଅନୁବନ୍ଧ ହେବ । ପରିବାରରେ ଦାୟିତ୍ୱ ବଢିବ ।

କନ୍ୟା : କ୍ୟାରିୟରରେ ଆଗକୁ ବଢିବାର ରାସ୍ତା ଖୋଲିବ । ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ ।

ତୁଳା : ବ୍ୟକ୍ତିତ୍ୱର ବିକାଶ ହେବ । ଚାକିରି ସମ୍ବନ୍ଧିତ ଆଶା ପୂରଣ ହେବ । କେହି ଆପଣଙ୍କର ସାହାର୍ଯ୍ୟ ନେଇ ପାରନ୍ତି । ଛାତ୍ର ପରୀକ୍ଷାରେ ବହୁତ ଭଲ କରିବେ ।

ବିଛା : କୌଣସି ଶୁଭ ସମାଚାର ପାଇବେ । ମନୋଯୋଗରେ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ ।

ଧନୁ : ଚାକିରିରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ । ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହେବ । ଆପଣ କୌଣସି ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି ।

ମକର : ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଠିକ୍ ରହିବ । ନୂଆ କାର୍ଯ୍ୟରେ ଆଗ୍ରହ ବଢିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନସାଥୀ ଆପଣଙ୍କୁ ବହୁତ ଆଦର କରିବେ ।

କୁମ୍ଭ : ନିଜ ଦାୟିତ୍ୱକୁ ଭଲଭାବେ ତୁଲାଇବେ । ଅଭିନୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ମିଳିବ । ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହୋଇପାରେ ।

ମୀନ : କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ଅଫିସ କାମରେ ସହର ବାହାରକୁ ଯିବେ । ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ ।

Leave a Reply

Your email address will not be published. Required fields are marked *