ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ତୋଟାଗୁଡ଼ା ଛକରେ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ଭିମ ରାଓ ଆମ୍ବେଦକରଙ୍କ ୬୬ତମ ପରିନିର୍ବାଣ ଦିବସ ପାଳିତ

ରାୟଗଡ଼ା : ଏହି ମହାପରିନିର୍ବାଣ ଦିବସର ଶୁଭ ଅଵସରରେ ଟୋଟାଗୁଡ଼ା ଆମ୍ବେଦକର ଛକରେ ଅବସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଶିପୁର ବ୍ଲକର ଅନେକ ଭଦ୍ରବ୍ୟକ୍ତି ତଥା ବିଏସପି ନେତା ସରୋଜ୍ ନାଏକ, ସଞ୍ଜୀବ ନାଏକ, ଲାଲୁ ଦୁରୀଆ, ପବିତ୍ର ନାଏକ, ବୁଦ୍ଧିଜୀବୀ ପୂର୍ବତନ ଶିକ୍ଷକ ରେଲି ନାଏକ, କାଶିପୁର ବ୍ଲକ ଆମ୍ବେଦକର ମିଶନ ସଭାପତି ସୁବାସ ନାଏକ, ବିଏସପି ବ୍ଲକ ସଭାପତି ବିସମ୍ବର୍ ନାଏକ , ସୁମନ୍ତ ନାଏକ, ଜିତେନ୍ଦ୍ର ନାୟକ, ଧର୍ମେନ୍ଦ୍ର ନାଏକ, ଆଲାରାମ୍ ଭତ୍ରା ଓ କାଶିପୁର ବ୍ଲକର ନାରୀନେତ୍ରୀମାନେ ଆଦି ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ ଓ ମହାମାଣ୍ୟ ବାବା ସାହେବଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

ପ୍ରକୃତରେ ବାବାସାହେବ ପୃଥିବୀର ସର୍ବବୃହତ ଜ୍ଞାନୀ ତଥା ସମ୍ବିଧାନ ପ୍ରଣୟନ କରିବା ସହ ସମାଜର ନିସହାୟ ତଥା ଆଦିବାସୀ, ଦଳିତମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ଉନ୍ନତି ନିମନ୍ତେ ସମ୍ବିଧାନ ଲେଖିଯାଇଛନ୍ତି । ସେଥିପାଇଁ ଯୁଗେ ଯୁଗେ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତଵ୍ୟକ୍ତ କରିଥିଲେ ।

ଆମର ବହୁଜନ ସମାଜ ଶିକ୍ଷିତ ହୋଇ ଆମର ମସିହା ବାବା ସାହେବ୍ ଆମ୍ବେଦକରଙ୍କ ଅନୁଗାମୀ ହୋଇ ତାଙ୍କ ସପ୍ନକୁ ସାକାର କରିବାକୁ ହେବ ବୋଲି ଶପଥ କରିଥିଲେ । ଆସନ୍ତା ଦିନମାନଙ୍କରେ ନିଜ ସମାଜ ପାଇଁ ଲଢି ଆମର ଅଧିକାର ହାସଲ ପାଇଁ ଅଣ୍ଟା ଭିଡ଼ି ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *