ମେଷ : ସରକାରୀ କାମରେ କିଛି ଲୋକଙ୍କ ସାହାର୍ଯ୍ୟ ପାଇବେ । ଉନ୍ନତି ପାଇଁ ନୂଆ ମାର୍ଗ ଦୃଷ୍ଟି ଗୋଚର ହେବ । ପ୍ରତିଯୋଗିତା ମୂଳକ ପରୀକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ ।
ବୃଷ : ବାଲ୍ୟ ବନ୍ଧୁଙ୍କ ଠାରୁ ଫୋନ ଆସିବ । ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ । ବାକିଥିବା ସବୁ କାମ ପୂରା କରିବେ । ବ୍ୟବସାୟରେ ନୂଆ ଚୁକ୍ତି ସ୍ୱାକ୍ଷର କରିବେ ।
ମିଥୁନ : ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଉନ୍ନତି ପାଇଁ କିଛି ନୂଆ ସାଧନ ପାଇବେ । ବିବାଦ ଠୁଁ ଯେତେ ଦୂରରେ ରହିବେ ସେତେ ଭଲ ।
କର୍କଟ : ଆପନଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ । ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ । ଶିକ୍ଷା କ୍ଷେତ୍ରରେ ଆପଣ ଅଗ୍ରଣୀ ରହିବେ ।
ସିଂହ : ବ୍ୟବସାୟରେ ବକେୟା ପଇସା ମିଳିବାର ସମ୍ଭାବନା ଅଛି । ଅଫିସରେ ମିଶ୍ରିତ ପରିବେଶ ରହିବ । କୌଣସି ସହକର୍ମୀଙ୍କ ସହ କଥା କଟାକଟି ହୋଇପାରେ ।
କନ୍ୟା : ଆପଣଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ । ଜୀବିକାରେ କିଛି ପରିବର୍ତନ ହୋଇପାରେ । ଆପଣଙ୍କ କ୍ୟାରିୟରରେ ଭଲ ସୁଯୋଗ ମିଳିବ ।
ତୁଳା : ଘରେ କୌଣସି ଧାର୍ମିକ କାର୍ଯ୍ୟ ଅୟୋଜନ କରିବେ । ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । କାର୍ଯ୍ୟ କ୍ଷେତ୍ରରେ ଆପନଙ୍କ ପ୍ରଭାବ ବଢିବ ।
ବିଛା : ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠ ସହଯୋଗ କରିବେ । ପରିବାର କାମରେ ଆପଣଙ୍କୁ ଅଧିକ ଯା’ଆସ କରିବାକୁ ପଡିପାରେ ।
ଧନୁ : ନିଜକୁ ଶକ୍ତିବାନ ଅନୁଭବ କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ । ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ । ବୈବାହିକ ଜୀବନ ସୁଖକର ହେବ ।
ମକର : ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କ ସାହାର୍ଯ୍ୟ ପାଇବେ । ନିଜକୁ ଠିକ୍ ସାବ୍ୟସ୍ତ କରିବାରେ ସଫଳ ହେବେ । ସମାଜରେ ମାନ ସମ୍ମାନ ବଢିବ ।
କୁମ୍ଭ : କିଛି ଭଲ ଲୋକଙ୍କ ସହ ସାକ୍ଷାତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ନୂଆ କାରବାରରେ ପାଣ୍ଠି ଲଗାଇବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।
ମୀନ : ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ । କାରବାରରେ ଲାଭ ହେବ । ସନ୍ଧ୍ୟାରେ ପରିବାର ସହିତ ସମୟ ଅତିବାହିତ କରିବେ । ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ।
