ବାଲେଶ୍ୱର : ବାଲେଶ୍ୱର ସଦର ଥାନା ହଲଦୀପଦା ଫାଣ୍ଡି ଅଧୀନସ୍ଥ ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମରୁ ଲୁଟ କରାଯାଇଥିବାର ଅଭିଯୋଗ ହୋଇଛି । ଗ୍ୟାସ କଟରରେ ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଏହି ଘଟଣା କାଲି ରାତି ୩ଟା ୨୦ ମିନିଟ୍ ସମୟରେ ଘଟିଛି ବୋଲି କୁହାଯାଇଛି ।
ପାଖ ସିସି କ୍ୟାମେରାରୁ ଜଣାପଡୁଛି ତିନି ଜଣ ବ୍ୟକ୍ତି ସେହି ସମୟରେ ସେଠାକୁ ଆସୁଛନ୍ତି ଆଉ ଭିତରକୁ ଯାଉଛନ୍ତି । ସକାଳେ ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ କେତେ ଟଙ୍କା ଏଟିଏମରୁ ଲୁଟ୍ ହୋଇଛି ତାହା ସ୍ପଷ୍ଟ ଜଣା ପଡିନଥିଲେ ମଧ୍ୟ ସବୁତକ ଟଙ୍କା ନେଇଯାଇଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
