ବଣାଇ : ବଣାଇ ବନଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସହକାରୀ ବନସଂରକ୍ଷକ ମହେନ୍ଦ୍ର କୁମାର ନାଥଙ୍କ ସୋମବାର ମଧ୍ଯ ରାତ୍ରୀରେ ଅକାଳ ବିୟୋଗ ଘଟିଯାଇଛି । ତାଙ୍କରି ଅକାଳ ବିୟୋଗରେ ବନଖଣ୍ଡ କାର୍ଯ୍ୟାଳୟ କର୍ମଚାରୀ ସମେତ ସାରା ବଣାଇ ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ସମସ୍ତେ ମର୍ମାହତ ହୋଇପଡିଛନ୍ତି । ସେ ଜଣେ ସରଳ, ମିଷ୍ଟଭାଷୀ, ପରୋପକାରୀ ମଣିଷ ଭାବେ କର୍ମସ୍ଥଳ ସହିତ ସାରା ବଣାଇରେ ପରିଚିତ ଥିଲେ ।

ଆଜକୁ ଠିକ ୬ ବର୍ଷ ପୂର୍ବେ ସେ ପ୍ରଥମେ କୁଳିପୋଷ ରେଞ୍ଜ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ସହକାରୀ ବନସଂରକ୍ଷକ ଭାବେ ବଣାଇ ବନଖଣ୍ଡରେ କାର୍ଯ୍ୟରତ ଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଜି ଅପରାହ୍ନରେ ବନଖଣ୍ଡ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ମାଲ୍ୟାର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ ।
