ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ପୁଲିସ ୩ଟି କଣ୍ଟେନର ଓ ଗୋଟିଏ ପିକଅପ ଜବତ କରିଛି । ଏସବୁ ଗାଡ଼ିରୁ ୨୫୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଥିବା ବେଳେ ୯ ଜଣଙ୍କୁ ପୁଲିସ ଅଟକ ରଖିଛି । ତେବେ ପୁଲିସକୁ ଦେଖି ରାଜଘାଟ ପୋଲ ତଳକୁ ଚଳନ୍ତା ପିକଅପରୁ ଜଣେ ଗୋ ବ୍ୟବସାୟୀ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣାଯାଇନଥିଲେ ମଧ୍ୟ ସେ ଭଦ୍ରକ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି ଗୋରୁଗୁଡ଼ିକୁ ଭଦ୍ରକରୁ କୋଲକାତା କଂସେଇ ଖାନା ନିଆଯାଉଥିଲା ବୋଲି କୁହାଯାଇଛି । ଉଦ୍ଧାର ଗୋରୁଗୁଡ଼ିକୁ ବାଲେଶ୍ଵର ଗୋଶାଳାକୁ ପୁଲିସ ପଠାଇଦେଇଛି ।