ଭୁବନେଶ୍ବର : ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ୍ ରେଳପଥ ଅଧୀନ ବ୍ରଜରାଜନଗର ରେଳ ଷ୍ଟେସନରେ ଚତୁର୍ଥ ଲାଇନ ସଂଯୋଗକୁ କାର୍ଯ୍ୟକ୍ଷମ କରିବା ପାଇଁ କେତେକ ଟ୍ରେନ୍ ସେବାକୁ ବାତିଲ୍ କରାଯାଇଛି । ଭଲସାଡ-ପୁରୀ ଏକ୍ସପ୍ରେସ(୨୨୯୦୯) ଭଲସାଡରୁ ୨୩ ଓ ୩୦ ତାରିଖରେ ବାତିଲ ରହିବ । ସେହିପରି ପୁରୀ-ଭଲସାଡ ଏକ୍ସପ୍ରେସ(୨୨୯୧୦) ପୁରୀରୁ ଡିସେମ୍ବର ୨୬ ଓ ଜାନୁଆରି ୨ରେ, ଭୁବନେଶ୍ୱର-ଲୋକମାନ୍ୟତିଳକ ଏକ୍ସପ୍ରେସ(୧୨୮୮୦) ଭୁବନେଶ୍ୱରରୁ ୨୩, ୨୭ ଓ ୩୦ ତାରିଖରେ, ଲୋକମାନ୍ୟ ତିଳକ-ଭୁବନେଶ୍ୱର ଏକ୍ସପ୍ରେସ (୧୨୮୭୯) ଲୋକମାନ୍ୟ ତିଳକରୁ ୨୫, ୨୯ ଓ ଜାନୁଆରି ୧ରେ, ବିକାନେର-ପୁରୀ ଏକ୍ସପ୍ରେସ(୨୦୪୭୧) ବିକାନେର ଜଙ୍କ୍ସନରୁ ଡିସେମ୍ବର ୨୬ରେ, ପୁରୀ-ବିକାନେର ଏକ୍ସପ୍ରେସ(୨୦୪୭୨) ପୁରୀରୁ ୨୯ ତାରିଖରେ, ଇନ୍ଦୋର-ପୁରୀ ଏକ୍ସପ୍ରେସ(୨୦୯୧୭) ଇନ୍ଦୋର ଜଙ୍କ୍ସନରୁ ୨୮ରେ, ପୁରୀ-ଇନ୍ଦୋର ଏକ୍ସପ୍ରେସ (୨୦୯୧୮) ପୁରୀରୁ ୩୦ ତାରିଖରେ, ପୁରୀ-ଲୋକମାନ୍ୟ ତିଳକ ଏକ୍ସପ୍ରେସ(୨୨୮୬୬) ପୁରୀରୁ ଡିସେମ୍ବର ୨୮ରେ, ଲୋକମାନ୍ୟ ତିଳକ-ପୁରୀ ଏକ୍ସପ୍ରେସ(୨୨୮୬୫) ଲୋକମାନ୍ୟ ତିଳକରୁ ୩୦ ତାରିଖରେ, ବିଳାସପୁର-ଟିଟଲାଗଡ ପାସେଞ୍ଜର(୦୮୨୬୪) ଓ ଟିଟଲାଗଡ-ବିଳାସପୁର ପାସେଞ୍ଜର(୦୮୨୬୩) ଆସନ୍ତା ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ ।
