ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମାଣିକପୁରା ସ୍ଥିତ ବେଆଇନ କାଠ କରତ କଳ ଉପରେ ବନ ବିଭାଗର ଚଢ଼ଉ । ବନଖଣ୍ଡ ଅଧିକାରୀ ବିମଲ ପ୍ରସନ୍ନ ଆଚାର୍ଯ୍ୟ ନିର୍ଦ୍ଦେଶ କ୍ରମେ ଚାନ୍ଦିପୁର ବନାଞ୍ଚଳ ଅଧିକାରୀ ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ୨୫ ଜଣିଆ ଟିମ୍ ଉକ୍ତ ବେଆଇନ କରତକଳ ଉପରେ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ କରିଛନ୍ତି । ସୂଚନାନୁସାରେ, ଦୀର୍ଘଦିନ ହେବ ମାଣିକାପୁରାରେ ବେଆଇନ କରତ କଳ ଚାଲିଥିଲା । ତେବେ ଶୁକ୍ରବାର ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ୨୫ ଜଣିଆ ଟିମ୍ ଏହା ଉପରେ ଚଢଉ କରିଥିଲା । ଅନ୍ୟମାନଙ୍କ ଭିତରେ ବନପାଳ ବିବେକାନନ୍ଦ ଜେନା, ଶଶିଧର ମହାନ୍ତି, ଇତିଶ୍ରୀ ମହାପାତ୍ର, ପ୍ରହ୍ଲାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଜିଲ୍ଲାର ଅନେକ ବେଆଇନ କରତ କଳ ଅହରହ ଚାଲୁଥିବା ବେଳେ, ସେଗୁଡିକ ଉପରେ ବନବିଭାଗ ଚଢ଼ଉ ନକରି ବନ୍ଦ ଥିବା କରତ କଳ ଉପରେ ଚଢ଼ଉ କରି ପ୍ରଶଂସା ନେବାକୁ ବସିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
