ଧର୍ମଗଡ : ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ । କଟନୀ ଛଟନୀକୁ ନେଇ ମିଲର୍ସ ଆସୁ ନାହାନ୍ତି କି ଏଜେଣ୍ଟର ଦେଖା ନାହିଁ l ଖୋଲା ଆକାଶ ତଳେ ପଡି ରହିଛି ସୁନାର ଫସଲ । ଦିନରେ ଖରା ଓ ରାତିରେ ଅସହ୍ୟ ଶୀତରେ ଧାନ ବିକିବା ଆଶାରେ ଜଗିରହିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୋଟେର ଜୟପାଟଣା ରାସ୍ତା ରଣମାଳ ଛକ ନିକଟରେ ସକାଳ ୬ଟା ରୁ ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ । ମଣ୍ଡିରେ ଅନେକ ଚାଷୀ ଟୋକେନ କଟିଯିବା ଭୟରେ ୫ କେଜି କଟନୀରେ ଧାନ ଦେଇଥିଲେ ହେଲେ ଏବେ ମିଲର୍ସ କ୍ଵଇଣ୍ଟାଲ ପିଛା ୬ ରୁ ୭ କେଜି କଟନୀ ପାଇଁ ଜିଦ ଧରି ଥିବାରୁ ଚାଷୀ ଧାନ ଦେଉ ନାହାନ୍ତି । କଟନୀ ଛଟନୀ ଛିଣ୍ଡୁନ ଥିବାରୁ ମଣ୍ଡିରୁ ଧାନ ଉଠାଉ ନ ଥିବା ଅଭିଯୋଗ କରୁଛନ୍ତି ଚାଷୀ ।
