ପୁରୁଷୋତ୍ତମପୁର : ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣା । ଏହି ଲୁଟ୍ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ନଗଦ ଟଙ୍କା ଓ ବାଇକ୍କୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମାରଦା ମନ୍ଦିର ନିକଟରେ ଗତ କିଛି ମାସ ତଳେ ଏକଲକ୍ଷ କୋଡିଏ ହଜାର ଟଙ୍କା ଚୋରି ହୋଇଥିଲା । ଜଣେ ଫାଇନାନ୍ସ କମ୍ପାନି କର୍ମଚାରିଙ୍କ ଠାରୁ ଏହି ଲୁଟ୍ ହୋଇଥିଲା । ଲୁଟ୍ ହୋଇଥିବା ନେଇ ପୋଲସରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ୍ ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ଜାଲ ବିଛାଇଥିଲା । ଯାହାଫଳରେ ଗତ ଏକମାସ ପରେ ଲୁଟେରାଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ପୋଲସରା ପୋଲିସ୍ ତିନିଜଣ ଡକାୟତଙ୍କୁ ଗିରଫ କରିବା ସହ ଗୋଟିଏ ମୋଟର ସାଇକଲ ଓ ତାଙ୍କ ଠାରୁ ୯୬ ହଜାର ଟଙ୍କା ମଧ୍ୟ ଜବତ କରିଛି ।
