ଘଟଗାଁ : ଶୋଇଥିବା ଅବସ୍ଥାରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ପରିବାର ଲୋକେ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ବ୍ଲକ୍ ଅନ୍ତର୍ଗତ ସତ୍ୟପାଳ ଗାଁ ଅଗ୍ନିକାଣ୍ଡ । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ପର୍ଭାଶିଆ ଦାସଙ୍କ ପରିବାର ବର୍ଗ ଖାଇକି ଶୋଇଥିଲେ । ଘର ଭିତରେ ଶୋଇଥିବା ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ସୌଭାଗ୍ୟବସତଃ ନିଆଁ ଲାଗିଥିବା ଜାଣିପାରି ସମସ୍ତେ ବାହାରକୁ ଦୌଡି ପଳେଇ ଆସିଥିଲେ । ପରେ ପରିବାର ଲୋକେ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାରେ ସଫଳ ହୋଇଛି |
