ଭଦ୍ରକ : ସଙ୍ଗବଦ୍ଧ ଆକ୍ରମଣରେ ଦୁଇ ଆହତ । ସରପଞ୍ଚଙ୍କ ସହ ଜଣେ ଗ୍ରାମବାସୀ ଆହତ । ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ଆକ୍ରମଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ଅଞ୍ଚଳରେ ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗ । ଏତଲା ଅନୁଯାୟୀ ଦୋବଲ ପଞ୍ଚାୟତର ସରପଞ୍ଚ ଚମ୍ପାବତୀ ଦଳେଇ ନିଜ ଘର ପିଣ୍ଡାରେ ବସିଥିବା ବେଳେ ଏକ ରାଜନୈତିକ ଦଳର କେତେକ କର୍ମୀ ତାଙ୍କୁ ଜାତିଆଣ ଆକ୍ଷେପ ସହ ଆକ୍ରମଣ କରିଥିଲେ । ପ୍ରତିବାଦ କରି ସ୍ଥାନୀୟ ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ଯୁବକ ଓ ସରପଞ୍ଚ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଥାନାରେ ଲିଖିତ ଅଭିଯୋଗ ପରେ ଧାମନଗର ଏସଡିପିଓ ଏବଂ ଥାନାଧିକାରୀ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
