ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର କରୁଛି ଷଡ଼ଯନ୍ତ୍ର

କୋରାପୁଟ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ । ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆ ପଞ୍ଚାୟତରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର ଏଜେଣ୍ଟ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ । କୋଟିଆରେ ୫୦୦ ରୁ ଉର୍ଦ୍ଧ୍ବ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ରଖିଛି ଲକ୍ଷ୍ୟ । ୫୦୦ ରୁ ଉର୍ଦ୍ଧ୍ବ ଜମି ଚିହ୍ନଟ ହିତାଧୀକାରୀଙ୍କ ଜମାଖାତାକୁ ଟଙ୍କା ଜମା କରିବା ପାଇଁ ଆନ୍ଧ୍ର ବ୍ୟାଙ୍କର ତାଲିକା ଚିତ୍ର ଦେଖିବାକୁ ମିଳିଛି । କୋଟିଆ ପଞ୍ଚାୟତବାସୀଙ୍କୁ ଆନ୍ଧ୍ରମୁହାଁ କରିବାକୁ ପୁଣି ଆରମ୍ଭ କରିଛି ପ୍ରୟାସ । ଆନ୍ଧ୍ର କବଳରୁ କୋଟିଆର ସ୍ବାଭିମାନ ରକ୍ଷା କରିବାକୁ ଗୋଟିଏ ବ୍ୟାନର ତଳେ ଏକାଠି ହୋଇଛନ୍ତି ୩ ଦଳର ନେତା ଓ କର୍ମୀ । ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ଚ୍ୟାଲେଞ୍ଜ କରି ସ୍ବାଧିନ ପ୍ରାର୍ଥୀ ଟିକାଇ ଗେମେଲ ନାମାଙ୍କନ ପତ୍ର ଦାଖଲ କରିବା ପରଠାରୁ ରାଜନୀତି ସରଗରମ ହୋଇଛି ।

Leave a Reply

Your email address will not be published. Required fields are marked *