କନ୍ଧମାଳରେ ସରୁନି ଦାଦନଙ୍କ ଦୁଃଖ

ବାଲିଗୁଡ଼ା : କନ୍ଧମାଳରେ ସରୁନି ଦାଦନଙ୍କ ଦୁଃଖ l କନ୍ଧମାଳ ଜ଼ିଲ୍ଲାରେ କାମଧନ୍ଦା ଅଭାବରୁ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଛି ଦିନ ପରେ ଘରକୁ କାହାର ଶବ ଫେରୁଛି ତ ଆଉ କିଏ ଶାରରୀକ ନିର୍ଯ୍ୟାତନାର ଶିକାର ହେଉଛନ୍ତି  l ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି ।  ଏପରିକି ନାବାଳିକା ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଛି  । ବାଲିଗୁଡ଼ା ଥାନା ଗୁଳିମରା ସାହିରରୁ ଆସିଛି ଏପରି ଏକ ଘଟଣା ।ଖବର ଅନୁଯାୟୀ, ଗୁଳିମରା ସାହିର ସୋମନାଥ ପୂଜାରୀ ଦାଦନ ଖଟିବାକୁ ଯାଇ ଦୀର୍ଘ ୫ ମାସ ହେବ ନିଖୋଜ ଅଛନ୍ତି । ଏନେଇ ତାଙ୍କର ଏବେ ଯାଏଁ କୌଣସି ସନ୍ଧାନ ମିଳୁନି । ଗତ ଜୁଲାଇ ମାସରେ ସେହି ସାହିର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ ପ୍ରଲୋଭନ ଦେଖାଇ ରୋଜଗାର ଆଶରେ ଆନ୍ଧ୍ର ପ୍ରଦେଶ ନେଇଯାଇଥିଲା । ହେଲେ ଏହାର ୨ ଦିନ ପରେ ତୁମ ସ୍ୱାମୀ ଗାଁକୁ ଫେରୁଥିବା ବେଳେ ଗୁଣ୍ଠୁର ରେଳ ଷ୍ଟେସନରେ ନିଖୋଜ ହୋଇଯାଇଛନ୍ତି ବୋଲି ଖବର ଆସିଥିଲା । ପରିବାର ଲୋକେ ସୋମନାଥଙ୍କୁ ଖୋଜି ଆଣିଦିଅ ବୋଲି ସନ୍ତୋଷଙ୍କୁ କହିଥିଲେ । କିନ୍ତୁ ଦଲାଲ ସନ୍ତୋଷ ଓଲଟି ପରିବାର ଲୋକଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି ।  ସୋମନାଥଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଖୋଲତାଡ଼ ଆରମ୍ଭ କରିଛି । ଖୁବଶୀଘ୍ର ସୋମନାଥଙ୍କୁ ଖୋଜି ବାହାର କରିବ ବୋଲି ପୋଲିସ କହିଛି ।ଏପଟେ ଶମ୍ଭୁ ପୂଜାରୀ ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଚଳିବାରେ ମୁସକୁଲ ହୋଇପଡିଛି । ଭୋକ ଉପବାସରେ ପରବାର ଲୋକେ ଶମ୍ବୁଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି l

Leave a Reply

Your email address will not be published. Required fields are marked *