ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ପଞ୍ଚାୟତର ସରପଂଚ ସରୋଜ କୁମାର ପିଳାଙ୍କୁ ଆଜି ଜଣେ ଦୁର୍ବୁତ ବାସୁଦେବପୁର ଛକରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତେବେ ଘଟଣାରୁ ପ୍ରକାଶ ଦେଉଳା ପଂଚାୟତରେ ବାସୁଦେବପୁର ଗ୍ରାମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଶୁସାନ୍ତ ବାରିକ ନାମକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ସମସ୍ତ କାର୍ଯ୍ୟକୁ ବିରୋଧ କରିଥିଲେ । ତେବେ ସରପଂଚ ଏ ବିଷୟରେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ଅବଗତ କରାଇଥିଲେ । ବିଡ଼ିଓ ତୁରନ୍ତ ଶୁସାନ୍ତ ବାରିକ ନାମରେ ଥାନାରେ ଏତଲା ଦେବାକୁ କହିଥିଲେ । ସରପଂଚ ପ୍ରଥମେ ଶୁସାନ୍ତ ବାରିକଙ୍କ ବାପାଙ୍କୁ ଜଣାଇଥିଲେ, ତାଙ୍କ ବାପା ସବୁ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ସକାଳେ ସରପଂଚ ଘରୁ ବାହାରି ଆସି ବାସୁଦେବପୁର ଛକ ନିକଟରେ ଛିଡା ହୋଇଥିବା ସମୟରେ ହଠାତ୍ ଶୁସାନ୍ତ ବାରିକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ସୁଶାନ୍ତ ବାରିକକୁ ଧରିବାକୁ ଯିବା ସମୟରେ ସେ ସେଠାରୁ ଖସି ପଳାଇ ଯାଇଥିଲେ । ସରପଂଚଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ପରେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ଜଣାଇଥିଲେ । ବିଡ଼ିଓ ସରପଂଚଙ୍କୁ ସଙ୍ଗେ ସଙ୍ଗେ ଥାନାରେ ଲିଖିତ ଅଭିଯୋଗ କରିବାକୁ କହିଥିଲେ । ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସରପଂଚ । ବାଲିଆପାଳ ପୋଲିସ ଏହି ଭଳି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ କି ଭଳି ଦଣ୍ଡରେ ଦଣ୍ଡିତ କରୁଛନ୍ତି ନା ନିର୍ଦ୍ଦୋଷରେ ଖଲାସ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
