ବିପଦ ସଙ୍କୁଳ ଅବସ୍ଥାରେ ଆଈଗିଣିଆ ପାତ୍ରପଡ଼ା ଓଭର ବ୍ରିଜ

ଭୁବନେଶ୍ୱର : ଭୁଶୁଡ଼ିପଡ଼ିବ କି ଆଈଗିଣିଆ ପାତ୍ରପଡ଼ା ଓଭରବ୍ରିଜ ? ବିପଦ ସଙ୍କୁଳ ଅବସ୍ଥାରେ ଆଈଗିଣିଆ ପାତ୍ରପଡ଼ା ଓଭର ବ୍ରିଜ । ଅପ୍ରୋଚ୍ ରୋଡ ତିଆରି ବେଳେ ଭାଙ୍ଗିଯାଇଛି ଓଭର ବ୍ରିଜ । ଜାତୀୟ ରାଜପଥ ନିଜେ କରୁଛି ଅପ୍ରୋଚ୍ ରୋଡ । ଭୁବନେଶ୍ୱର ରୁ ଖୋର୍ଦ୍ଧା ଯିବା ବେଳେ ଏମ୍ସ ହସପିଟାଲ ଛକରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ଓଭର ବ୍ରିଜ ଉପରେ ଗାଡ଼ି ଯିବା ବେଳେ ଖଣ୍ଡ ଖଣ୍ଡ ହୋଇ ଗଳୁଛି ସିମେଣ୍ଟ ଇଟା, ଚିପ୍ସ ଓ ମୋରମ । ଦୁଇ ଦିନ ହେଲାଣି ଘଟିଛି ଘଟଣା । ୨୦ ଫୁଟ ଓସାରର ଅତଡ଼ା ଖସିପଡ଼ିଛି । ଜାତୀୟ ରାଜପଥ ବିଭାଗ ଗ୍ରୀନ ମ୍ୟାଟ ଢ଼ାଙ୍କିବା ଛଡା ଆଉ କିଛି ପଦକ୍ଷେପ ନେଇ ନାହିଁ । ଚିରାଚରିତ ଭାବେ ଶହ ଶହ ଗାଡି ଚଳାଚଳ କରୁଛି । ତେବେ ଦୁର୍ଘଟଣା ଘଟିଲେ ଦାୟୀ ହେବ କିଏ ?

Leave a Reply

Your email address will not be published. Required fields are marked *