ନୀଳଗିରି : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଔପଦା ଯୁବ ବିଜେଡି ସଭାପତି ବିଜୟ କୁମାର ପ୍ରଧାନ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଜିଲ୍ଲା ଯୁବ ସଭାପତିଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ତେବେ ନିଜସ୍ବ କିଛି ଅସୁବିଧା ଥିବାରୁ ସେ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ ଅଛି । ତେବେ ଏହାରି ଭିତରେ କିଛି ଅନ୍ୟ ରହସ୍ୟ ଲୁଚି ରହିଥିବା ଜଣାପଡିଛି । ତାଙ୍କୁ ଦଳୀୟ କିଛି ନେତା ମନାଉଥିବା ବେଳେ ଯେଉଁ ନେତାଙ୍କ ପାଇଁ ସେ ସବୁକିଛି କରିଛନ୍ତି ଆଉ ଅର୍ଥ ଖର୍ଚ୍ଚ କରିଛନ୍ତି ସେହି ନେତାଙ୍କ କାମ ତାଙ୍କୁ ବାଧିଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଆହୁରି ସେ କହିଛନ୍ତି, ସେ ରାଜନୈତିକ ପିଲା ଆଉ ରାଜନୀତି ଏଠି ନହେଲେ ବି ଅନ୍ୟ ଦଳରେ ରହି କରିବେ ବୋଲି କହିଛନ୍ତି । ସେପଟେ ଯୁବ ବିଜେଡି ଜିଲ୍ଲା ସଭାପତି ତାପସ ପରିଡା ଇସ୍ତଫାକୁ ଅସ୍ବୀକାର କରିବା ସହ ଏହା ଗୁଜବ ଏଭଳି ପତ୍ର ମୋର ହସ୍ତଗତ ହୋଇନାହିଁ ବୋଲି କହିଛନ୍ତି ।
