ଵଣାଇ : ଵଣାଇ ଉପଖଣ୍ଡ ୧୪୩ ନମ୍ବର ଜାତୀୟ ରାଜପଥର ରାଜାମୁଣ୍ଡ ଛକ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାର ବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ମାନ୍ୟବର ସୁନ୍ଦରଗଡ଼ ସାଂସଦ , ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଜୁଏଲ ଓରାମ ଏବଂ ଜିଲ୍ଲା ପ୍ରଭାରୀ ଶ୍ରୀ ବଟ କିଶୋର ମିଶ୍ର ଯୋଗଦେଇ , ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଏବଂ ଡଃ ଭୀମ ରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳକୁ ସୁଦୃଢ କରିବା ନିମନ୍ତେ ଉପସ୍ଥିତ ସମସ୍ତ କର୍ମ କର୍ତ୍ତା ଙ୍କୁ, ରାଜନୈତିକ ପ୍ରଶିକ୍ଷଣ ଦେବା ସହିତ, ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଏବଂ ଜନମଙ୍ଗଳ କାରି ଯୋଜନା ଗୁଡ଼ିକର ସଫଳ ରୁପାୟନ କରିପାରିବା ନିମନ୍ତେ ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାହାସ ବିହାରୀ ପ୍ରଧାନ ,ଶ୍ରୀମତି ସେବତୀ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବାସୁଦେବ ସାହୁ, ହେମ ଯେନ୍ତ ସାହୁ ଏବଂ ଜିଲ୍ଲା ନେତୃମଣ୍ଡଳୀ, ଜିଲ୍ଲା କାର୍ଯ୍ୟକାରିଣୀ ସମିତି ,ମଣ୍ଡଳ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିବା ବେଳେ, ଶେଷରେ ଜିଲ୍ଲା ସଭାପତି ଅନୀଲ ବାର୍ଲା ଧନ୍ୟବାଦ ଅର୍ପଣ କରିଥିଲେ l
