ଆନ୍ଧ୍ର ମନ୍ତ୍ରୀଙ୍କ ଉପରେ ଓଡ଼ିଶା ସୀମାନ୍ତରେ ବିବାଦ ସୃଷ୍ଟି କରିବା ନେଇ ଅଭିଯୋଗ

ଢେଙ୍କାନାଳ : କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ଅପାଳୁ ରାଜୁ ଓଡ଼ିଶା ସୀମାରେ ପଶି ଗଙ୍ଗାବାଡ ପଞ୍ଚାୟତର ଅଙ୍ଗନବାଡିକୁ ଧ୍ୱଂସ କରିବା ଓ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କୁ ହତ୍ୟା ଧମକ ଦେବା, କାର୍ଯ୍ୟରେ ବାଧା ଦେବା ଓ ଅସାମ୍ବିଧାନିକ ଓ ଅଗଣତନ୍ତ୍ର ଉପାୟରେ କିଛି ଲୋକଙ୍କ ସହିତ ଓଡ଼ିଶା ସୀମାନ୍ତରେ ବିବାଦ ସୃଷ୍ଟି କରିବା ଆଦି କାର୍ଯ୍ୟକୁ ନିନ୍ଦା କରିବା ସହିତ ଗତ ସେପ୍ଟେମ୍ବର ୧୯ ରେ ଢେଙ୍କାନାଳ ଟାଉନ୍‍ ଥାନାରେ ଓଡିଶା ପ୍ରଗତି ଦଳ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଏହି ମର୍ମରେ ଜାତୀୟ ମାନବାଧିକାର କମିସନର, ପ୍ରଧାନମନ୍ତ୍ରୀ ଓ ନିର୍ବାଚନ ଅଧିକାରୀଙ୍କ ପାଖକୁ ଓଡ଼ିଶା ପ୍ରଗତି ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଗିରିଜା ମହାନ୍ତିଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଜାତୀୟ ମାନବାଧିକାର କମିସନର ଉକ୍ତ ମକଦ୍ଦମାକୁ ପଞ୍ଜିକୃତ କରିବା ସହିତ ୨.୧୨.୨୦୨୧ ରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସରକାର ଏବଂ ଗଜପତି ଆରକ୍ଷୀ ଅଧୀକ୍ଷକଙ୍କୁ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ବୋଲି ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *