କୋରାପୁଟ : ଓଡିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁଣ୍ଡ ପୁରାଉଛି ଆନ୍ଧ୍ର । କୋଟିଆ ପଞ୍ଚାୟତରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ କରୁଛି ଆନ୍ଧ୍ର । ଆନ୍ଧ୍ର ପ୍ରଦେଶର ସାଲୁର ମଣ୍ଡଳ କିଛି ପୋଲିସ ଅଧିକାରୀ ପଟାଙ୍ଗି ଥାନା, ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚି କୋଟିଆର ସରପଞ୍ଚ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ତାଲିକା ନେବାକୁ ଚେଷ୍ଟା କରିଥିଲେ । ନିର୍ବାଚନ ସମ୍ବର୍ଦ୍ଧିତ ସମସ୍ତ ରେକର୍ଡ କୋରାପୁଟ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ହସ୍ତାନ୍ତର ହୋଇଥିବା ବିଡ଼ିଓ କହିବା ପରେ ନିରାଶ ହୋଇ ଫେରିଛନ୍ତି ଆନ୍ଧ୍ର ପୋଲିସ । ଆନ୍ଧ୍ର ପକ୍ଷରୁ କୋଟିଆ ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସହ ଆନ୍ଧ୍ର ଏଜେଣ୍ଟ ପକ୍ଷରୁ ଫଗୁଣ ସିନେରୀଠାରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାରକୁ ବିରୋଧ କରାଯାଉଛି । ଅନ୍ୟପଟେ ଆନ୍ଧ୍ର ପୋଲିସ ଓଡ଼ିଶାରେ ପହଞ୍ଚି କୋଟିଆରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ କରିବା ଘଟଣାରେ ଆନ୍ଧ୍ରର ଆଗାମୀ ଦିନର ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି ।
