କୋର୍ଟ ଖୋଲିବାରେ ବିଳମ୍ବ

ବେଗୁନିଆ: ୨୦୧୭ ମସିହାରୁ ବେଗୁନିଆରେ ଜେଏମ୍ଏଫସି କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଅସ୍ଥାୟୀ ଭାବେ ପ୍ରଥମେ କୋର୍ଟ ଯେଉଁ ବିଲ୍ଡିଂରେ କାମ କରିବ ସେହି ବିଲ୍ଡିଂଟି ଏବେ କାହା ଅଧୀନରେ ରହିଛି ତାହା ଜଣାପଡୁନାହିଁ। ଫଳରେ ମରାମତି ଏବଂ ନିର୍ମାଣ କାର୍ୟ୍ୟରେ ବିଳମ୍ବ ଦେଖା ଦେବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ୫ ବର୍ଷ ହେବ ଏଠାରେ କୋର୍ଟ ଖୋଲିବା ପାଇଁ ସ୍ଥିର ହୋଇଥିବାବେଳେ ପ୍ରଶାସନିକ ଉଦାସୀନତା ଏବଂ ଅବହେଳା ଯୋଗୁଁ ଆଜି ପର୍ୟ୍ୟନ୍ତ ଖୋଲାଯାଇ ପାରିଲା ନାହିଁ । ମିନି ଆଇଟିଆଇ ବିଲଡିଂରେ ପ୍ରଥମେ ଅସ୍ଥାୟୀ ଭାବେ କୋର୍ଟ ଗୃହ ଖୋଲିବା ପାଇଁ ପ୍ରସ୍ତାବ ରହିଛି । ଉକ୍ତ ବିଲ୍ଡିଂଟିର ମରାମତି କାର୍ୟ୍ୟ ପାଇଁ କେହି ମନଯୋଗ ନଦେବା ନିଶ୍ଚୟ ପରିତାପର ବିଷୟ । ଏହି ବିଲଡିଂ ଟି ୧୯୯୫ ମସିହାରେ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏଠାରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଥିବା ସମୟ ରେ ବ୍ଲକ କର୍ତୃପକ୍ଷ ନିର୍ମାଣ କରିଥିଲେ । କିନ୍ତୁ ଏବେ ବିଲ୍ଡିଂଟି କାହା ଅଧୀନରେ ରହିଛି ତାକୁ ନେଇ ଦୀର୍ଘ ଦିନ ହେବ ଘଣ୍ଟା ଚକଟା ଚାଲିଛି । ଫଳରେ ମରାମତି କାର୍ୟ୍ୟ ଆରମ୍ଭ ହେବାରେ ବିଳମ୍ବ ଘଟୁଛି । କୋର୍ଟ ଖୋଲିବା କ୍ଷେତ୍ରରେ ପ୍ରଶାସନ ସମ୍ପୂର୍ଣ୍ଣ ନୀରବ ରହିଥିବା ବେଳେ ଗତ ଜୁଲାଇ ମାସ୧୩ ତାରିଖ ସମାଜରେ ଜେଏମ୍ଏଫସି ଅଦାଲତ ଖୋଲିବାରେ ଅନିଶ୍ଚିତତା ଖବର ପ୍ରକାଶ ପାଇବା ପରେ ଜିଲ୍ଲାଜଜ୍ କୋର୍ଟ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *