ଭୁବନେଶ୍ୱର: ଟଙ୍କା ଦିଅ ବିଜୁ ପକ୍କା ଘର ନିଅ । ଏକଥା ଆମେ କହୁନୁ କହୁଛନ୍ତି ଖୋଦ ରାଜଘରପୋଖରୀ ପଞ୍ଚାୟତର
PEO ସୁକାନ୍ତି ଦାସ । ଗୋଟେ ଘର ପିଛା ୨ ହଜାର ଟଙ୍କା ।
ପ୍ରକୃତ ହିତାଧିକାରୀଙ୍କ ସହ ଡିଲ୍ କରୁଛନ୍ତି ପିଇଓ ମ୍ୟାଡମ । କହୁଛନ୍ତି ଟଙ୍କା ଦେବା ନେବା ସିକ୍ରେଟ ରଖିବ । କହାକୁ ଜଣାଇବନି । ଟଙ୍କା ଆକାଉଣ୍ଟକୁ ଆସିଲା ପରେ ମୋ କଥା ଟିକେ ବୁଝିଦେବ । ତାଲିକାରୁ ପ୍ରକୃତ ହିତାଧିକାରୀଙ୍କ ନାମ କାଟି ଏହି ଭଳି ଚାଲିଛି ଘର ଯୋଗାଣ । ଟଙ୍କା ନ ଦେଲେ ମିଳୁନି ଘର ।
