ବେଇମାନି କରି ଜୟନ୍ତ ସଫଳ, ବଫାଦାର ହୋଇ ବୁଲୁ ବିଫଳ

ସୋର : ପର୍ଶୁରାମ ଧଡା ବିଧାୟକ ହେବା ପୂର୍ବରୁ ବିଜେଡିକୁ କିଏ ସମ୍ଭାଳିଥିଲା ? ସେ ହେଉଛନ୍ତି କମଳା କାନ୍ତ ଘଡେଇ (ବୁଲୁ) ଏଣ୍ଡକୋ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭାତ ଚକ୍ରବର୍ତ୍ତୀଙ୍କ ପାଖରୁ ଜଣେ ଜଣେ ବିଦାହେଲେ କିନ୍ତୁ କମଳାକାନ୍ତ ବାବୁ ରହିଯାଇଥିଲେ, ସେ ବି ପର୍ଶୁ ବାବୁଙ୍କର ଭାରି ବଫାଦାରି ଥିଲେ । ଏଇ ସମୟରେ ଜୟନ୍ତ ସ୍ବାଇଁ, ବିଶ୍ବନାଥ ବେହେରା, ଶଙ୍କର୍ଷଣ ବାରିକ ବି ବଫାଦାର ଥିଲେ, ପର୍ଶୁବାବୁଙ୍କ ପୁରୁଣା ବୋଲେର ପଛରେ ଯଦି କିଏ ବସିକି ଯାଉଥିଲେ ସେ ଥିଲେ ବୁଲୁ, ଜୟନ୍ତ । ସକାଳୁ ଆଜି କଉଠିକି ଯିବା ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତର ବି ଏଇ ଦୁଇଜଣ ଦିଅନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଜୟନ୍ତ ଦଳ ଛାଡିଲେ ବିଶ୍ବନାଥଙ୍କୁ ବି ସାଙ୍ଗରେ ନେଇ ବିଜେପିରେ ମିଶିଲେ । ପର୍ଶୁଙ୍କୁ ହରାଇବା ପାଇଁ ସବୁ କଳ ବଳ ଖର୍ଚ୍ଚକରି ବିଫଳ ହେଲେ । କଥାରେ ଅଛି ଖ୍ୟମତାରେ ରହିବା ଲୋକ ଖ୍ୟମତା ଛାଡିକି ବଞ୍ଚିବା ଅସମ୍ଭବ, ଜୟନ୍ତ ପୁଣି ଫେରିଆସିଲେ ବିଜେଡିକୁ । ଶୁଣିବାକୁ ମିଳେ ଜୟନ୍ତଙ୍କ ବିଦାହେବା ପଛରେ ବୁଲୁଙ୍କ ଭୂମିକା ଥିଲା । ଜୟନ୍ତ ଦଳକୁ ଫେରିଲା ପରେ ବୁଲୁ କୋଣ ଠେସା ହେଲେ, ଫଳ ସ୍ୱରୂପ ପୁଣି ବୁଲୁ ଆଉଟ ହୋଇ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ, ଜୟନ୍ତ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ । କିନ୍ତୁ ବର୍ତ୍ତମାନର ଆକଳନ କୁହେ ଜୟନ୍ତ ନୁହଁ ବୁଲୁଙ୍କୁ ମିଳିବ ବହୁଳ ସମର୍ଥନ, ଯାହା ନିର୍ବାଚନ ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *