ଗଞ୍ଜାମ ବେଗୁଣିଆପଡାର ବୁରୁଝରି ଗାଁରେ ଚାଷୀଙ୍କ ଧାରଣା

ଗଞ୍ଜାମ : ରାଜରାସ୍ତାରେ ଚାଷୀ । ଗଞ୍ଜାମ ବେଗୁଣିଆପଡାର ବୁରୁଝରି ଗାଁରେ ଚାଷୀଙ୍କ ଧାରଣା । ସକାଳ ଧାନ ବସ୍ତା ରଖି କୋଦଳା-ଭୁବନେଶ୍ୱର ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ । ସେମାନଙ୍କ ନିକଟରୁ ଠିକ୍ ସମୟରେ ଏବଂ ଉଚିତ ପରିମାଣର ଧାନ ଉଠାଯାଉନି । ମଣ୍ଡି ସମସ୍ୟା ନେଇ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଲାନି ।ଫଳରେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହୋଇଛନ୍ତି ଅନ୍ନଦାତା । ଫଳରେ ବେଗୁନିଆପଡା-ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି । ସକାଳ ୪ଟା ରୁ ଚାଷୀ ରାଜରାସ୍ତାରେ ବସିଥିବା ବେଳେ କୌଣସି ପ୍ରଶାସନ ଅଧିକାରୀମାନେ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି l

Leave a Reply

Your email address will not be published. Required fields are marked *