ଗଡମଧୁପୁର/ଜେନାପୁର: ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧିନ ଚଉଷଠିପଡା ଘାଟ ବ୍ରାହ୍ମଣୀ ନଦୀପଠାରୁ ଏକ ବାଳକର ଗଳିତ ଶବ ଜେନାପୁର ପୋଲିସ ଦ୍ୱାରା ଉଦ୍ଧାର ହୋଇଛି। ମୃତ ବାଳକ ମର୍ଜିତାପୁର ପାଂଚୟତର ଚମ୍ପିତ୍ରାପାଟଣା ଗାଁର ଲିକୁନ ଓଝା (୭) ପି- ଶଙ୍କର୍ଷଣ ଓଝା ବୋଲି ଜଣାପଡିଛି। ଆଜି ସକାଳୁ କିଛି ଲୋକ ଚଉଷଠିପଡା ନଦୀ ଘାଟରେ ସ୍ନାନଶୌଚ ପାଇଁ ଯାଉଥିବା ସମୟରେ ନଦୀପଠା ଠାରୁ କିଛି ଦୂର ନଦୀ ଗର୍ଭରେ ଥିବା ବାଲିରେ ଏକ ବାଳକର ମୁଣ୍ଡ ଓ ହାତ ଦିଶୁଥିବାର ଦେଖିଥିଲେ। ପାଖରେ ବାଳକର ବାଳ ଏଣେ ତେଣେ ବିକ୍ଷିପ୍ତ ଅବସ୍ତାରେ ପଡିଥିବା ଦେଖାଯାଇଥିଲା। ଏ ନେଇ ଜେନାପୁର ପୋଲିସକୁ ଖବର ଦେବାରେ ଘଟଣା ସ୍ଥଳରେ ପହଞ୍ôଚ ଛାନ ଭିନ ଆରମ୍ଭ ହୋଇଥିଲା। ଥାନାଧିକାରୀ ଶ୍ରବଣ କୁମାର ମହାରଣା ଘଟଣା ସ୍ଥଳରେ ପହଞ୍ôଚ ମୃତ୍ୟୁର କାରଣ ଖୋଜିବାକୁ ଯାଇ ପିଲାଟି ନିକଟସ୍ଥ ଚମ୍ପିତ୍ରାପାଟଣା ଗାଁର ଜାଣି ସେଠାକୁ ଯାଇଥିଲେ। ସ୍ଥନୀୟ ଲୋକ ଓ ପିଲାର ବାପାଙ୍କ ବୟାନକୁ ଆଧାର କଲେ ପିଲାଟି କିଛି ଦିନ ଧରି ବାତ ରୋଗରେ ପିଡିତ ଥିବା ଓ ସେ ଦାନଗଦୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା।
