ଟ୍ରକ୍ ଭିତରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

ଢେଙ୍କାନାଳ : ଟ୍ରକ୍ ଭିତରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ । ଟ୍ରକ୍ ଭିତରୁ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା ପୋଲିସ । ଢେଙ୍କାନାଳ ଶକ୍ତି ସୁଗାରସ କାରଖାନା ଭିତରୁ ଏକ ଆଖୁ ବୋଝେଇ ଟ୍ରକ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଜବତ କରିଛି ପୋଲିସ । ମୃତ ଡ୍ରାଇଭର ହେଲେ ଜଗତସିଂହପୁର ଜିଲ୍ଲା ତରାଜଙ୍ଗ ଗ୍ରାମର ପ୍ରତାପ ଜେନା । ସେ ଆଖୁ ବୋଝେଇ କରି ଏହି ଶକ୍ତି ସୁଗାରସ କାରଖାନାକୁ ଆଖୁ ନେଇ ଆସିଥିଲେ । ତେବେ ଗତ ରାତିରୁ ଆସି ଗାଡି ଅନଲୋଡ କରିବାକୁ ଅପେକ୍ଷା କରି କାରଖାନା ଭିତରେ ଟ୍ରକରେ ଥିଲେ । ମାତ୍ର ଶୁକ୍ରବାର ସକାଳେ ତାଙ୍କର ଟ୍ରକ ଭିତରେ ମୃତ୍ୟୁ ଘଟିଥିବା ଅନ୍ୟ ଡ୍ରାଇଭରମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିଲେ ମଧ୍ୟ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *