କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଖଳିଆକାନୀ-ପତିଆଲପଡା ଆରଡି ରାସ୍ତାରେ ଯାଞ୍ଚ୍ ଆରମ୍ଭ କଲା ଭିଜିଲାନ୍ସ । ଲୋକାୟୁକ୍ତ ନିକଟରେ ନିମ୍ନମାନର ରାସ୍ତା ନିର୍ମାଣ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । କଟକ ଭିଜିଲାନ୍ସ ଟେକ୍ନିକାଲ ଟିମ୍ ଓ କଳାହାଣ୍ଡି ଭିଜିଲାନ୍ସର ମିଳିତ ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କଠାରେ ଦାଖଲ ହେବ ।ଖଲିଆକାନୀ-ପତିଆଲପଡା ରାସ୍ତାର ମୋଟ୍ ଅଟକଳ ୧ କୋଟି ୬୩ ଲକ୍ଷ ୨୦ ହଜାର ରହିଥିଲା । ହେଲେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ କାମ ନିମ୍ନମାନର ହୋଇଥିଲା । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ସ୍ଥାନୀୟ ଲୋକେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ ।

