ରାସ୍ତା ତଳକୁ ଖସିପଡ଼ିଲା ଆଳୁ ବୋଝେଇ ଟ୍ରକ୍

ଭଦ୍ରକ : ରାସ୍ତା ତଳକୁ ଖସିପଡ଼ିଲା ଆଳୁ ବୋଝେଇ ଟ୍ରକ୍ । ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି । ଅନ୍ୟପଟେ ଲୋକେ ଆଳୁ ବୋହି ନେଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀଠାରେ ଘଟିଛି ଦୁର୍ଘଟଣା ।  ପାଳଦାବାଙ୍କ ନିକଟରେ ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ପୋଲ ନିକଟରେ ତଳକୁ ଖସି ପଡିଛି । ତେବେ ଟ୍ରକ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବାବେଳେ ଲୋକେ ଆଳୁ ବସ୍ତା ବୋହିନେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *