ସୂଚନା ଫଳକ ନଥାଇ ରାସ୍ତା କାମ ଅଭିଯୋଗ ଅଣିଲେ ସରପଞ୍ଚ

ଗୋପାଳପୁର : ମନ୍ତ୍ରୀଡି ପଞ୍ଚାୟତ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଓ ବୃଦ୍ଧା ଆଶ୍ରମକୁ ସଂଯୋଗ ନିମନ୍ତେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ସ୍ଥଳରେ କୈାଣସି ସୂଚନା ଫଳକ ନଥିବାରୁ ଏହାକୁ କେଉଁ ବିଭାଗ କେତେ ଟଙ୍କା ଅନୁଦାନରେ କରୁଛି ତାହା ଜଣାପଡୁ ନାହିଁ । ଅନ୍ୟ ପଟେ ଉକ୍ତ ରାସ୍ତା କେଉଁ ବିଭାଗ କରୁଛି ତାହା ମଧ୍ୟ ସେ ଜାଣି ନଥିବା ନିଜେ ସରପଞ୍ଚ ପ୍ରଶାନ୍ତ କୁମାର ଦାସ ଅଭିଯୋଗ କରିଛନ୍ତି । ଏଥିସହ ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତର ଛୋଟିଆ କାମଟିଏ କରାଗଲେ ମଧ୍ୟ ସୂଚନା ଫଳକ ଲାଗୂଥୁବା ବେଳେ ଏତେ ବଡ଼ ରାସ୍ତା କାମରେ ସୂଚନା ଫଳକଟିଏ ନଲାଗିବା ବିଡ଼ମ୍ବନା ସହ ସରକାରଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି ।

Leave a Reply

Your email address will not be published. Required fields are marked *