ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ, ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନରେ ଅପହରଣ କରିଥିଲେ ଦୁର୍ବୁତ୍ତ

ଭୁବନେଶ୍ବର : ରାଜଧାନୀରେ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ । ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନରେ ଅପହରଣ କରିଥିଲେ ଦୁର୍ବୁତ୍ତ । ଘଟଣାରେ ଚାରି ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଖବର ଅନୁଯାୟୀ, ଛାତ୍ର ଜଣଙ୍କ ବାଙ୍ଗାଲୋରରେ ରହି ବିବିଏ ପଡ଼ୁଥିଲେ । କରୋନା ପାଇଁ ଏବେ ଘରକୁ ଆସିଥିଲେ । ଲକ୍ଷ୍ମୀସାଗର ଅଞ୍ଚଳରୁ  ଅପହରଣ କରାଯାଇଥିବା ଅଭିଯୋଗ । ଏବେ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ଛାତ୍ରଙ୍କୁ ଉଦ୍ଧାର କରିବା ସହ କାର ଓ  ମାରଣାସ୍ତ୍ର ଜବତ କରିଛି ଲଷ୍ମୀସାଗର ଥାନା ପୋଲିସ । ଘଟଣାରେ ୪ ଜଣକୁ ଅଟକ ରଖି ଜେରା କରୁଛି ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଦେବେ ଭୁବନେଶ୍ବର ଡିସିପି ।

Leave a Reply

Your email address will not be published. Required fields are marked *