ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ୫୩ ନମ୍ବର ରାଜ୍ୟ ରାଜପଥ ସାତକୋଶିଆ ମେଡ଼ିକାଲ ଛକରେ ବାଇକ ଉପରେ ଛିଣ୍ଡି ପଡିଲା ଇଲେକ୍ଟ୍ରି ତାର । ଜଳିଗଲା ବାଇକ । ଅଳ୍ପକେ ବର୍ତ୍ତିଲେ ଚାଳକ। ବାଇକ ଆରୋହୀ କୌଣସି କାମରେ ହସ୍ପିଟାଲକୁ ଆସି ଫେରିବା ସମୟରେ ଇଲେକ୍ଟ୍ରି ଖୁଣ୍ଟରୁ ଛିଣ୍ଡି ପଡିଥିଲା ତାର । ଯୁବକ ଜଣକ ସାତକସିଆ ପଂଚାୟତର ବାଲିଘାଟ ଗ୍ରାମର ବୋଲି ଜଣାପଡିଛି । ଯୁବକ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ବାଇକଟି ଜଳିଯାଇଥିଲା । ଖବରପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
