ଭୁବନେଶ୍ୱର : ନିର୍ବାଚନୀ ହିଂସା ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ଟିମ । ପୋଲିସ ଡିଜି ଏସକେ ବଂସଲଙ୍କୁ ଭେଟି ବିଜେପି ଦେଇଛି ଦାବି ପତ୍ର । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି । ତେବେ ବିଜେପିର ଅଭିଯୋଗ ଯେତେବେଳେ ନିର୍ବାଚନ ଆସେ ବଜେଡ଼ି ରକ୍ତମୁଖା ହୁଏ । ଏହି ନିର୍ବାଚନ ବେଳେ ମଧ୍ୟ ସେହିଭଳି ଅଶାନ୍ତି ବାତାବରଣ ସୃଷ୍ଟି କରାଯାଉଛି । ମାଲକାନଗିରିରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅପହରଣ ଠାରୁ ଆରମ୍ଭ କରି ଭଦ୍ରକରେ ବିଜେପି କର୍ମୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେବା ଘଟଣା ବୟାନ କରୁଛି ବଜେଡ଼ି କିଭଳି ଭାବେ ଆଇନକୁ ହାତକୁ ନେଇ ନିର୍ବାଚନୀ ହିଂସା କରୁଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଠିକ ରହିବା ଦରକାର । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି ।
