ଗୁଡଭେଲା : ୬ ୱାର୍ଡସଭ୍ୟ ପାଇଁ ଦାଖଲ ହେଲାନି ପ୍ରାର୍ଥିପତ୍ର । ଗୁଡଭେଲା ବ୍ଳକର ୪ ପଞ୍ଚାୟତରେ ୬ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ । ବ୍ଳକରେ ୧୩ ଟି ପଞ୍ଚାୟତ ରହିଥିବା ବେଳେ ୧୫୧ ଟି ୱାର୍ଡସଭ୍ୟ ପାଇଁ ଆସନ ରହିଛି । ସେଥିମଧ୍ୟରୁ ୧୪୫ଟି ଆସନରେ ୨୦୩ ଜଣ ୱାର୍ଡସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ହେଲେ ୪ଟି ପଞ୍ଚାୟତର ୬ଟି ୱାର୍ଡ଼ରେ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ । ରୁଷୁଡା ପଞ୍ଚାୟତର ୩ଟି ୱାର୍ଡ, ଗୁଡଭେଲା, ବଡଙ୍ଗୋମୁଣ୍ଡା, ନୂଆପଡା ପଞ୍ଚାୟତର ଗୋଟେ ଲେଖାଏଁ ୱାର୍ଡ ରହିଛି । ଗୁଡଭେଲା ପଞ୍ଚାୟତର ଉକ୍ତ ୱାର୍ଡଟି ସଂରକ୍ଷିତ ଆସନ ହୋଇଥିବା ବେଳେ, ସେପରି କୌଣସି ଲୋକ ନାହାନ୍ତି । ରୁଷୁଡା ପଞ୍ଚାୟତର କୌଣସି ଲୋକ ୱାର୍ଡସଭ୍ୟ ଆସନରେ ଛିଡା ହେବାକୁ ଇଚ୍ଛା କରୁନାହାଁନ୍ତି । ସେହିପରି ବାକିତକ ୪ଟି ୱାର୍ଡରେ ଆଦିବାସୀଙ୍କୁ ଚଳିତ ନିର୍ବାଚନରେ ସଂରକ୍ଷିତ ବ୍ୟବସ୍ଥାକୁ ନେଇ ପ୍ରାର୍ଥୀପତ୍ର ଦାଖଲ କରିନଥିବା ଚର୍ଚ୍ଚା ହେଉଛି ।
