ଥମୁନି ହାତୀ ଉପଦ୍ରବ, ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

କରଞ୍ଜିଆ : ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା । କେନ୍ଦୁଝର ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ୍ ଦରି ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ଦରି ଗାଁର ଗୌତମ ନାୟକ । ତେବେ ଗତ କିଛି ଦିନ ହେବ କରଞ୍ଜିଆରେ ଥମୁନି ହାତୀ ଉପଦ୍ରବ । ଗାଁ ଭିତରେ ପଶି ଆତଙ୍କ ଖେଳାଉଛନ୍ତି ହାତୀପଲ । ବୁଧବାର ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ୍ ଦରି ଗାଁ ନିକଟରେ ବନ ବିଭାଗ ହାତୀପଲଙ୍କୁ ଘଉଡାଇବା ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ହାତୀପଲଙ୍କ ହାବୁଡରେ ପଡିଯାଇଥିଲେ । ତାଙ୍କୁ ଏକ ଦନ୍ତା ହାତୀ କଚାଡି ଫୋପାଡି ଦେଇଥିଲା । ଫଳରେ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଦରି ଗାଁର ଗୌତମ ନାୟକ ।

Leave a Reply

Your email address will not be published. Required fields are marked *