ଆମ୍ବୁଲାନ୍ସ ଧକ୍କାରେ ୨ ଗୁରୁତର

ସାଲେପୁର : ମରଣଯନ୍ତା ପାଲଟିଛି କଟକ-ପାରାଦୀପ ରୋଡ଼ । ଆମ୍ବୁଲାନ୍ସ ଧକ୍କାରେ ୨ ଗୁରୁତର । ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ନାନପୁର ବଜାର ନିକଟରେ ଆମ୍ବୁଲାନ୍ସ ଧକ୍କାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କ ନାମ କୃଷ୍ଣ ମାହାଳି ଓ ଶୁଭେନ୍ଦୁ ମିଶ୍ର ବୋଲି ଜଣାପଡିଛି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି । କିନ୍ତୁ ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଗ୍ରାମବାସୀମାନେ ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । କିଶନ ନଗର ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଲୋକଙ୍କୁ ବୁଝାସୁଝା କରିବାକୁ ରାସ୍ତାରୋକ ହଟିଥିଲା ।

Leave a Reply

Your email address will not be published. Required fields are marked *